୧୫ତମ ଜୁରାମୁଣ୍ଡା କପ କ୍ରିକେଟ ଉଦଘାଟିତ

ବୌଦ୍ଧ: ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ପଞ୍ଚାୟତର ଜୁରାମୁଣ୍ଡାଠାରେ ୧୫ତମ ଜୁରାମୁଣ୍ଡା କପ କ୍ରିକେଟ ଉଦଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‍ ଏମକେସିସି ବୌଦ୍ଧ ଓ ଦୀପ ସ୍ପୋର୍ଟିଂ ଜାଲୋଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧ ଏମକେସିସି ଦଳ ୧୦ ରନରେ ବିଜୟୀ ହୋଇଥିଲା। ୨ୟ ମ୍ୟାଚ୍‍ ଏଲଏମସିସି ବାଉଁଶୁଣୀ ଓ ମୁକୁନ୍ଦପୁର ମଧ୍ୟରେ ହୋଇଥିଲା। ଏଥିରେ ମୁକୁନ୍ଦପୁର ଦଳ ୬ ରନରେ ବିଜୟୀ ହୋଇଥିଲା।

ମୁଖ୍ୟଅତିଥି ଭାବରେ ଇଂ.ଆଶିଷ ମହାକୁଳ ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହେବା ସହିତ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଥିଲେ। ଅମ୍ପାୟାର ଭାବରେ ଜଗା ମହାକୁଳ ଓ ସୁନିଲ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ଶୁଭେନ୍ଦୁ ଓ ସମୀର ସହଯୋଗ କରିଥଲେ ଏବଂ ଅନିଲ ଓ ଅମିତ ଧାରାବିବରଣୀ ପ୍ରଦାନ କରିଥିଲେ।

Comments are closed.