ଯୋଗ୍ୟ ହିତାଧିକାରୀ ଘର ନପାଇବା ଉଦବେଗର ବିଷୟ – ବିଜେପି

ବୌଦ୍ଧ: ବୌଦ୍ଧ ଜିଲା ବିଜେପି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ ଠାରେ ଜିଲା ସଭାପତି ବିପ୍ରଚରଣ ମହାନ୍ତୀଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଭାପତି ଶ୍ରୀ ମହାନ୍ତି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଆବାସ ମରାମତି ପାଇଁ ଟଙ୍କା ଦେବାର ଘୋଷଣା ଏକ ନାଟକ ବୋଲି କହିବାସହ ନିଜର ଅପାରଗତା ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ନୁଆ ସୁଆଙ୍ଗ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣରେ ୧୦୦୦ କୋଟିରୁ ଅଧିକ ଟଙ୍କା ଦୁର୍ନୀତିର ସତ୍ୟତା ଅଛିିକି ନାହିଁ ବୋଲି ପ୍ରଶ୍ପ କରିବା ସହ ରାଜ୍ୟ ସକରାର ଘୋଷଣା କରିଥିବା ୨୦୧୯ ମସିହା ସୁଧା ସମସ୍ତ କଚ୍ଚା ଘରକୁ ପକ୍କା କରିବା ପ୍ରତିଶୃତି କୁଆଡେ ଗଲା ବୋଲି କହିଥିଲେ।

ଏଥିସହିତ ବାସଗୃହ ବଣ୍ଟନରେ ହୋଇଥିବା ଦୁର୍ନିତୀ ଉପରେ ଅଧିକାରୀଙ୍କ ଉପରେ କେତେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ପଶ୍ଚିମ ଓଡିଶାର ୯ ଗୋଟି ଜିଲା ଗୃହ ଆବଣ୍ଟନରେ ଶୁନ ରହିଥବା ଅଭିଯୋଗ କରିବା ସହ ଗାଁ ଗୁଡିକରେ ଦଳୀୟ ଆଧାରରେ ଘର ବଣ୍ଟନ କରି ହାତ ଗୁଞ୍ଜା ନେଇଥିବା ଅଭିଯୋଗ କରିଥିଲେ। ଗରୀବଙ୍କ ପାଇଁ ରାଜନୀତି ନ ହେଉ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲାରେ ହୋଇଥିବା ଆବାସ ଦୁର୍ନିତୀର ତଦନ୍ତ ନହୋଇ ଏବେବି ପଡି ରହିଛି। ବୌଦ୍ଧ ଜିଲାରେ ଏବେବି ବହୁ ଗରିବ ପରିବାର ଘର ନପାଇ ବହୁ କଷ୍ଟରେ ରହୁଥିବାବେଳେ ପ୍ରଶାସନ ପକ୍ଷରୁ ଆବାସ ପ୍ଳସ ୱେବସାଇଟରେ ୬ଥର ସମୟ ସୀମା ବୃଦ୍ଧି ପରେ ବି ତାଲିକା ଦେବାରେ ରାଜ୍ୟ ସରକାର ସଂପୁର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିବାସହ ବୌଦ୍ଧ ଜିଲାରେ ଯୋଗ୍ୟ ହିତାଧିକାରୀ ଏବେବି ଘର ନପାଇବା ପ୍ରଶାସନ ଉଦବେଗର ବିଷୟ। ବହାର ଜିଲା ଓ ରାଜ୍ୟର ଲୋକଙ୍କୁ ଜାଗା ମିଶନରେ ଘର ପ୍ରଦାନ କରାଯାଉଥିବାବେଳେ ଜିଲାର ବହୁ ଗରିବ ହିତାଧିକାରୀ ଜାଗା ମିସନରେ ଜାଗା ପାଇନଥିବା ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଆଗାମୀ ଦିନରେ ଜିଲାରେ ଯେପରି ଯୋଗ୍ୟ ହିତାଧିକାରୀ ଗୃହ ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ବିଜେପି ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ତାପସ କୁମାର ପଟ୍ଟନାୟକ, ମନରଞ୍ଜନ ଦାଶ, ପ୍ରେମାନନ୍ଦ ମିଶ୍ର, ନମିତାରଣୀ ଦାଶ ଓ ମିନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.