ନିରୀକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହ ପରିଚାଳନା କମିଟି ବୈଠକ

ବୌଦ୍ଧ: ବୌଦ୍ଧ ଜିଲା ମଥୁରା ପଂଚାୟତ ଅନ୍ତର୍ଗତ ବୃନ୍ଦାବନ ଗ୍ରାମରେ ଅବସ୍ଥିତ ନିରିକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହ ର ପ୍ରଥମ ପରିଚାଲନା କମିଟି ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଶିଶୁ ଯତ୍ନ ଅନୁଷ୍ଠାନରେ ଆଇନ ସହିତ ଦ୍ୱନ୍ଦରେ ଥିବା ଶିଶୁମାନେ ସୁରକ୍ଷିତ ରହିବା ସଂଗେ ସଂଗେ ଶିକ୍ଷା ଓ ଧନ୍ଦା ମୂଳକ ଶିକ୍ଷା ପାଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ। ଜିଲାପାଳ ଶ୍ରୀମିଶ୍ର ଗୃହ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଅନୁଷ୍ଠାନର ସମସ୍ତ କାର୍ୟ୍ୟ ଯଥା ଶିଘ୍ର ସାରିବାକୁ ବିଭାଗୀୟ ଅଧିକାରୀକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକାରୀ ରବିନ୍ଦ୍ର କୁମାର ରାଉତ, ପ୍ରକଳ୍ପ ନିର୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଶ୍ୱିନ କୁମାର ମେହେର, ଉପଜିଲାପାଳ ସନତ କୁମାର ନାୟକ ଓ ଏ.ଡି.ଏମ.ଓ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର, ପି.କେ ଦାଶ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲାର ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ପରିଚାଲନା କରିଥିଲେ ଓ ଲିଗାଲ କମ୍‍ ପ୍ରୋବସନ ଅଧିକାରୀ ସମରେସନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.