ଗାଁରେ ପ୍ରଶାସନ, ଉତ୍ତମ ଶାସନ ସପ୍ତାହ ପାଳନ

ବୌଦ୍ଧ: ଉତ୍ତମ ଶାସନ ସପ୍ତାହ ଉପଲକ୍ଷେ ବୌଦ୍ଧ ତହସିଲ ପକ୍ଷରୁ ୨ୟ ପର୍ଯ୍ୟାୟରେ ବ୍ରହ୍ମଣିପାଲି ଉଚ୍ଚ ବିଦ୍ୟାଳୟର ୩୪ ଜଣ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ତହସିଲଦାର ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ବୌଦ୍ଧ ପ୍ରଦିପ କୁମାର ଅମାତ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଅତରିକ୍ତ ତହସିଲଦାର ମନୋରଂଜନ ସୁନା, ବ୍ରାହ୍ମଣୀପାଲି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ।

ସେହିପରି କୁଥଲିମୁଣ୍ଡାଠାରେ ୮୯ ଜଣ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହିତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଉଭୟ ଶାସକ ଓ ପ୍ରଶାସକ ଉପସ୍ଥିତ ରହି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇଥିବାରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ।

Comments are closed.