ଅସହାୟଙ୍କୁ କମ୍ବଳ ବଣ୍ଟନ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଜଣାଶୁଣା ସମାଜସେବୀ ମାତାଦିନ ଅଗ୍ରୱାଲଙ୍କ ପରିବାର ପକ୍ଷରୁ ବାଉଁଶୁଣି ଠାରେ ଅଞ୍ଚଳର ୬୫ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମଙ୍ଗଳବାର କମ୍ବଳ ବଣ୍ଟନ କରାଯାଇଛି। ଏହାଛଡା ଯମଘାଟି ଗ୍ରାମର ମେଧାବୀ ଛାତ୍ରୀ ପିଙ୍କି ମେହେର ଯିଏକି ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି।ହେଲେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିବା କାରଣରୁ ପାଠ ପଢିବା ପାଇଁ ଆର୍ଥିକ ସମସ୍ୟା ଯୋଗୁଁ ପିଙ୍କିଙ୍କୁ ବର୍ଷକୁ ୫ହଜାର ଲେଖାଏଁ ୨ବର୍ଷ ପାଇଁ ୧୦ ହଜାର ଟଙ୍କାର ସାହାଯ୍ୟ ମଧ୍ୟ ମାତାଦିନଙ୍କ ସାନଭାଇ ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲ ପ୍ରଦାନ କରିଛନ୍ତି।ଏଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସ୍ଥାନୀୟ ସମାଜସେବୀ ଘମୁଡୁ ଦନ୍ତା, ଆଇନଜୀବୀ ରାଜେନ୍ଦ୍ର ମେହେର,ଅବସରପ୍ରାପ୍ତ ଶିକ୍ଷକ ସୁରେଶ ପଣ୍ଡା, ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲ, ସ୍ବେଛାସେବୀ ଗିରିଜା ପଟ୍ଟନାୟକ, ରମେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.