ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଗଣିତ ଦିବସ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଭାରତର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜଙ୍କ ଜୀବନୀ ତଥା କମ ସମୟ ମଧ୍ୟରେ ମାତ୍ର ୩୨ବର୍ଷ ବୟସରେ ବିନା ଵିଧିବଦ୍ଧ ପ୍ରଶିକ୍ଷଣରେ ଗଣିତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ଉଲ୍ଲେଖ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅଶୋକ ସୁବୁଦ୍ଧି, ସତ୍ୟନାରାୟଣ ସ୍ୱାଇଁ, ଶିକ୍ଷୟିତ୍ରୀ ପଦ୍ମଜା ପତି, କାତ୍ୟାୟନୀ ପାଢ଼ୀ ଓ ସୁପ୍ରିୟା ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଛାତ୍ରୀମାନଙ୍କ ଦ୍ୱାରା ଗଣିତ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା।

Comments are closed.