ଜିଲାପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ଚୟନ ଓ ବିଭିନ୍ନ ସାଂଗଠନିକ ବୈଠକ

ବୌଦ୍ଧ: ବିଜେପି ସରସରା ମଣ୍ଡଳର ସାଙ୍ଗଠନିକ ବୈଠକ ସାମ୍ପୁଚ ଗ୍ରାମପଞ୍ଚାୟତର ସାମ୍ପୁଚ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ରଣନିତୀ ପ୍ରସ୍ତୁତ କରାଯାଇଥିଲା। ଏଥିସହିତ ୭ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ନିର୍ବାଚନରେ ବିଜେପି ପକ୍ଷରୁ ତିନିଜଣ ବରିଷ୍ଠ କାର୍ଯ୍ୟ କର୍ତ୍ତାଙ୍କ ନାମ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା। ଜିଲା ସାଧାରଣ ସମ୍ପାଦକ ତାପସ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭ ଗୋଟି ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତି ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା, ପ୍ରତି ପଞ୍ଚାୟତରୁ ୨ ଜଣ ଲେଖାଏଁ ସଭ୍ୟଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ୧୫୧ ଜଣ ଉପସ୍ଥିତ ଥିଲେ।

ସେମାନଙ୍କ ମଧ୍ୟରେ ଜିଲାର ପଛୁଆବର୍ଗ ମୋର୍ଚ୍ଚା ସଭାପତି ପୁର୍ଣ୍ଣଚନ୍ଦ୍ର ଗାଈଗୌରିଆ, ମଣ୍ଡଳ ପ୍ରଭାରୀ ପ୍ରେମାନନ୍ଦ ମିଶ୍ର, ବିକାଶ ମହାକୁଡ, ହଜାରୀ ରାଉତଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରି ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ନିଜର ମତ୍ତାମତ୍ତ ରଖିଥିଲେ। ସବୁ ବୁଥ, ମଣ୍ଡଳ ଓ ଶକ୍ତିକେନ୍ଦ୍ରମାନଙ୍କରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀକୁ ସୁଶାସନ ଦିବସ ଭାବରେ ମହାସମାରୋହରେ ପାଳନ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ମନକି ବାତ କାର୍ଯ୍ୟକ୍ରମ ମଣ୍ଡଳ, ଶକ୍ତିକେନ୍ଦ୍ର ଓ ବୁଥସ୍ତରରେ ପାଳନ କରାଯିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା।

Comments are closed.