ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ମହାବିଦ୍ୟାଳୟ ପରିସରରେ ଯୁକ୍ତତିନି ପ୍ରଥମବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡକ୍ଟର ଶରତ ଚନ୍ଦ୍ର ପତିଙ୍କ ସଭାପତିତ୍ୱରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତ ଶିକ୍ଷାର ମହତ୍ୱ ସମ୍ପର୍କରେ ବୁଝାଇଥିଲେ।

ଏହି ଉତ୍ସବରେ ଓଡ଼ିଆ ଅଧ୍ୟାପିକା ବାସନ୍ତୀ ପ୍ରଧାନ, ଅଧ୍ୟାପକ ଡକ୍ଟର ଦାଶରଥୀ ବିଶ୍ୱାଳ, ତପସ୍ୱିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଆୟୋଜିତ ଏହି ଉତ୍ସବରେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ରାଧାକାନ୍ତ ବାଘ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଦୀପକ କଲତା ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ନବାଗତ ପ୍ରଥମବର୍ଷର ଛାତ୍ର ତୁଷାର ଭୋଇଙ୍କୁ ବିଭାଗର ଫ୍ରେସର ଭାବରେ ଘୋଷଣା କରାଯାଇଥିଲା। ଏହି ଉତ୍ସବରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ।

Comments are closed.