ବୌଦ୍ଧଜିଲା ଚିତ୍ରକଳା ଶିଳ୍ପୀ ସଂଘର ବୈଠକ

ବୌଦ୍ଧ : ବୌଦ୍ଧ ଜିଲା ଚିତ୍ରକଳା ଶିଳ୍ପୀ ସଂଘର ଏକ ଜରୁରୀ ବୈଠକ ଗିରାସିଙ୍ଗା ସ୍ଥିତ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ସଂଘର ସଭାପତି ଅନୀଲ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ପଞ୍ଜୀକରଣ କିପରି ହେବ ତା’ ଉପରେ ଆଲୋଚନା ହେବା ସହିତ ଚିତ୍ରଶିଳ୍ପୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଂଘ ମାଧ୍ୟମରେ ସରକାରୀ କାର୍ଯ୍ୟ କିପରି ଜିଲାର ଚିତ୍ରଶିଳ୍ପୀମାନଙ୍କୁ ମିଳିପାରିବ ଓ ସମସ୍ତେ ଏକତ୍ରିତ ହୋଇ କାମ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଉପସଭାପତି ନାରଦ ସେଠୀ, ସଂପାଦକ ପ୍ରଭାସ ଦାନୀ, ସହସଂପାଦକ ଆହ୍ଲାଦ ଠାକୁର, କୋଷାଧ୍ୟକ୍ଷ ଅଜୟ ପ୍ରଧାନ, ବରିଷ୍ଠ ସଦସ୍ୟ ସୁନିଲ ସ୍ୱାଇଁ, ପ୍ରଶାନ୍ତ ନେପାକ, ମୋହନ ରଣା, ରମାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Comments are closed.