ସରକାରଙ୍କ ନିଷ୍ପତିକୁ ସ୍ୱାଗତ କଲା ଡ୍ରାଇଭର ମହାସଂଘ

ବୌଦ୍ଧ: ରାଜ୍ୟ ସରକାର ରାଜ୍ୟ ଡ୍ରାଇଭର ମହାସଂଘର ୧୧ ଦଫା ଦାବି ମଧ୍ୟରୁ ୮ ଟି ଦାବି ପୂରଣ ନେଇ ପ୍ରତିଶୃତି ଦେଇଥିବାବେଳେ ଏହାକୁ ବୌଦ୍ଧଜିଲା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ଡ୍ରାଇଭର ସଂଘର ସଦସ୍ୟମାନେ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ସମବେତ ହୋଇ ଉତ୍ସବ ପାଳନ କରିବା ସହିତ ପରସ୍ପର ମଧ୍ୟରେ ମିଠା ବାଣ୍ଟି ଖୁସି ମନାଇଥିଲେ। ଡ୍ରାଇଭର ମହାସଂଘର ସଭାପତି ବିପିନ ବିହାରୀ ବ୍ରହ୍ମା ଓ ଅନ୍ୟ ସଦସ୍ୟମାନେ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସରକାର ପ୍ରତିଶୃତି ଦେଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ।

Comments are closed.