ଦୁର୍ଘଟଣାଗ୍ରସ୍ତ ଭିନ୍ନକ୍ଷମଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ

ବୌଦ୍ଧ: ବୌଦ୍ଧଜିଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ସର୍ଗିପଡା ନବାସୀ ଶଙ୍କର୍ଷଣ କହଁରଙ୍କ ଏକ ମୋଟରସାଇକେଲ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇ ଗୋଟିଏ ଗୋଡ ଓ ଗୋଟିଏ ହାତ ସଂପୁର୍ଣ୍ଣ ଅଚଳ ହୋଇଯାଇଛି। ତାଙ୍କ ପାଇଁ ପାଞ୍ଚପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ସହିତ ନିଜର ଆରୋଗ୍ୟ ପାଇଁ ଆଶୁ ଚିକିତ୍ସା କରିବା କଷ୍ଟକର ପଡିଛି। ଶ୍ରୀକହଁରଙ୍କ ଆଶୁ ଚିକିତ୍ସା ପାଇଁ ବୌଦ୍ଧଜିଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ବଟକୃଷ୍ଣ ପ୍ରଧାନଙ୍କ ସୁପାରିଶ ଏବଂ ଜିଲା ଉପସଭାପତି ମକରଧ୍ୱଜ ମହାନନ୍ଦିଆ,ବସନ୍ତ ଖୁରା,ରାମଚନ୍ଦ୍ର ତାଣ୍ଡି,ରୋହିତ କହଁର,ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ,ଅନ୍ୟତମ ଉପଦେଷ୍ଟା ଅନାଦି ବାଦୀ ଏବଂ ସଂଗଠନ ସମ୍ପାଦକ ଦେବଦତ୍ତ ସାଗରଙ୍କ ସହଯୋଗକ୍ରମେ ଜିଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଏବଂ କୋଷାଧ୍ୟକ୍ଷ ଫଗୁ ରଣବିଡା ତିନି ଜହାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ଶଙ୍କର୍ଷଣ ପରିବାର ପ୍ରତିପୋଷଣ ପାଇଁ ଅକ୍ଷମ ଥିବାରୁ ତାଙ୍କୁ ସରକାରୀ ସହାର୍ଯ୍ୟ ଯୋଗାଇ ଦେବାକୁ ପାଣ ଗଣ୍ଡା ସମାଜ ପକ୍ଷରୁ ଦାବି କରାଯାଇଛି।

Comments are closed.