ବୌଦ୍ଧଜିଲା ବ୍ରାହ୍ମଣ ସମାଜର ବହିରା କୁମ୍ଭାରପାଲି ଠାରେ ପ୍ରସ୍ତୁତି ବୈଠକ

ବୌଦ୍ଧ: ବୌଦ୍ଧରେ ରାଜ୍ୟ ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ଓ ବୌଦ୍ଧଜିଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ନିମନ୍ତେ ଆଜି ବୌଦ୍ଧ ତହସିଲ ଅନ୍ତର୍ଗତ କୁମ୍ଭାରପାଲି ଗ୍ରାମଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବହିରା ଆଂଚଳିକ ବ୍ରାହ୍ମଣ ସମାଜ ତରଫରୁ ଅନନ୍ତ ମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁଜକ ଭାବେ ବିଘ୍ନରାଜ ମିଶ୍ର, ପୁର୍ଣ୍ଣଚନ୍ଦ୍ର ମିଶ୍ର ପୁଜାର୍ଚ୍ଚନା କରିଥିବା ବେଳ୍ୱେୂଖ୍ୟ କର୍ତାଭାବେ ଆଶିଷ ଦାଶ କାର୍ଯ୍ୟନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦ଜଣ ବ୍ରାହ୍ମଣ ସଂପୁର୍ଣ୍ଣ ଭାଗବତକୁ ପାଠ କରିଥିଲେ। ବୌଦ୍ଧଜିଲା ବ୍ରାହ୍ମଣ ସମାଜ ତରଫରୁ ସଭାପତି ଗୁରୁପ୍ରସାଦ ଦାଶ, ଉପ ସଭାପତି ସମ୍ଭୁପ୍ରସାଦ ମିଶ୍ର, ସଂପାଦକ ଦେବାଶିଷ ପୁରୋହିତ, ଆବାହକ ଶଙ୍କର ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ଡିସେମ୍ବର ୧୯ତାରିଖର କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ।

ବହିରା ଆଂଚଳିକ ସମାଜ ତରଫରୁ ୫୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ସମାଜର ମୁଖପତ୍ର ବ୍ରହ୍ମ ନିନାଦରେ ଲେଖା ଦେବାପାଇଁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ। ସଭାପତି ଗୋବର୍ଦ୍ଧନ ଦାଶ, ସଂପାଦକ ସବ୍ୟସାଚୀ ପୁରୋହିତ, ଉମା ପାଢୀ, ସୁରେନ୍ଦ୍ର ଦାଶ, ସୁମନ୍ତ ଷଡଙ୍ଗୀ, ବିପିନ ଦାଶ, ଗିରୀଶ ଦାଶ, ସୁରେଶ ମିଶ୍ର ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ।

Comments are closed.