ଗ୍ୟାସହାଣ୍ଡିରୁ ଦୋକାନରେ ନିଆଁ ଲାଗି ଦୁଇ ଗୁରୁତର

ବୌଦ୍ଧ: ବୌଦ୍ଧ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଏକ ଗ୍ୟାସ ସାମଗ୍ରୀ ବିକ୍ରୟ ଦୋକାନରେ ନିଆଁଲାଗି ଦୋକାନ ମାଲିକ ସମେତ ଦୁଇଜଣ ଗୁରୁତର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ରାମ ଚନ୍ଦ୍ର ମିଶ୍ରଙ୍କ ଗ୍ୟାସ ସାଗଗ୍ରୀ ଦୋକାନରେ ଏକ ଗ୍ୟାସ ହାଣ୍ଡିରୁ ଅନ୍ୟ ଏକ ଗ୍ୟାସହାଣ୍ଡିରେ ଗ୍ୟାସ ଭର୍ତ୍ତି କରୁଥିବାବେଳେ ହଠାତ ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ଦୋକାନମାଲିକ ବୌଦ୍ଧ ବଗିଚାସାହିର ରାମଚନ୍ଦ୍ର ମିଶ୍ର(୬୦)ଙ୍କ ସମେତ ପାଢିସାହିର ପ୍ରିତୀଶ ପୁରୋହିତ(୨୦) ଗରୁତର ଆହତ ହୋଇଥିଲେ। ଉଭୟ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୌଦ୍ଧ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.