ଜିଲାସ୍ତରୀୟ ଜିପିଏଲଏଫ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟକ ଭାବରେ ଗ୍ରାମାଞ୍ଚଳସ୍ତରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗଠନ ହୋଇଥିବା ଜିପିଏଲଏଫ ସଂଗଠନର ଶାଖା ବୌଦ୍ଧଠାରେ କାର୍ଯ୍ୟକାରୀ ହେବା ଏ ନେଇ ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଟାଉନହଲଠାରେ ଆୟୋଜିତ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଏନଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବରେ ଜିପିଏଲଏଫ ର ରାଜ୍ୟ ସଭାପତି ନିରୂପମା ନାୟକ, ଉପସଭାପତି ଜୟନ୍ତୀ ଓଝା, କୋଷାଧ୍ୟକ୍ଷ ନିରୂପମା ମହାନ୍ତି ଓ କୃଷିମିତ୍ର ରାଜ୍ୟ ସଭାପତି ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲା ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାନେତ୍ରୀ ଭାବରେ ରଶ୍ମିରେଖା ସାହୁ, ଉପସଭାନେତ୍ରୀ ସଞ୍ଜିତା ପ୍ରଧାନ, ସମ୍ପାଦିକା ଦୀପାଞ୍ଜଳୀ ଲୋଇ, ସହସମ୍ପାଦିକା ଯମୁନା ପ୍ରଧାନ, କୋଷାଧ୍ୟକ୍ଷା ସସ୍ମିତା ବେହେରା ଓ କୃଷିମିତ୍ର ସଭାନେତ୍ରୀ ଭାବରେ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କୁ ନିର୍ବାଚିତ କରାଯାଇଥିଲା।

Comments are closed.