ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ

ବୌଦ୍ଧ: ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପରିପ୍ରେକ୍ଷିରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭ ଗୋଟି ୱାର୍ଡ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୭ ଗୋଟି ୱାର୍ଡର ସୀମା ଅପରିବର୍ତ୍ତିତ ରହିଥିବାବେଳେ ୧,୨,୧୩,୧୪ ଓ ୧୬ ନମ୍ବର ୱାର୍ଡ ଅସଂରକ୍ଷିତ ରଖାଯାଇଛି। ସେହିପରି ୩,୪,୫ ଓ ୮ ନମ୍ବର ୱାର୍ଡ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ୭ ନମ୍ବର ୱାର୍ଡ ତଫସିଲଭୁକ୍ତ ଜନଜାତିର ମହିଳା,୯ ଓ ୧୦ ନମ୍ବର ୱାର୍ଡ ଅନୁସୂଚିତ ଜାତି,୧୧,୧୨ ଓ ୧୭ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳା ଏବଂ ୬ ନମ୍ବର ୱାର୍ଡ ପଛୁଆବର୍ଗର ମହିଳା ଓ ୧୫ ନମ୍ବର ୱାର୍ଡ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ଅର୍ଥାତ ୧୮ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ ଥିଲେ ଜଣାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ ବୋଲି କୁହାଯାଉଥିବା ବେଳେ ଏ ସମ୍ପର୍କରେ ପଦବୀ ସଂରକ୍ଷଣ ସରକାର ନିଷ୍ପତି ନେଇ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡିଛି।

Comments are closed.