ସ୍ୱୟଂସହାୟକ ମହିଳା ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

ବୌଦ୍ଧ: ମିଶନ ଶକ୍ତି ମାଧ୍ୟମରେ ୩୮ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ଚୟନ କରାଯାଇ ବିଜନେସ କରେସପଣ୍ଡେସନ ପ୍ରତିନିଧି ଭାବରେ କାମ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ପଞ୍ଚାୟତ ଭବନଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଲିଡ ବ୍ୟାଙ୍କ ମେନେଜର ରବିନ୍ଦ୍ର ସେଠୀ, ଡିପିଏମ ଫ୍ରାନସିସ ବାର୍ଲା, ଡିପିସି ଦେବଦତ୍ତ ମିଶ୍ର ଓ ମିଶନ ଶକ୍ତିର ବ୍ଲକସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ପ୍ରିୟ ରଞ୍ଜନ ସ୍ୱାଇଁ ଓ ସିତାଂଶୁ ସ୍ୱାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ପରେ ସ୍ୱୟଂସହାୟିକା ଗୋଷ୍ଠୀର ଏହି ମହିଳାମାନେ ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା ଯୋଗାଇଦେବେ ବୋଲି ସୂଚନା ଦିଆଯାଇଛି।

Comments are closed.