ବିଦାୟ ସମ୍ବର୍ଦ୍ଧନା ସମାରୋହ

ବୋୖଦ୍ଧ: ବୌଦ୍ଧ ଜିଲ୍ଲା ସଦର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୌଦ୍ଧପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଶୃଙ୍ଖଳିତ ଜୀବନ ଚରିତ୍ର ଗଠନ କରିବାପାଇଁ ପ୍ରବର୍ତ୍ତାଇଥିବା ବେଳେ ବିଭାଗୀୟ ମୂଖ୍ୟ ଡ.ଶରତ ଚନ୍ଦ୍ର ପତି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ର ଜୀବନରେ ଅର୍ନ୍ତଦୃଷ୍ଟି ସମ୍ପନ୍ନ ହୋଇ ଉତ୍ତମ ଚରିତ୍ର ଗଠନ ପୂର୍ବକ ସଫଳତାର ଶିର୍ଷକୁ ପହଞ୍ଚିବା ପାଇଁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପିକା ବାସନ୍ତି ପଧାନ, ଓଡିଆ ଅଧ୍ୟାପିକା ତପସ୍ବିନୀ ପ୍ରଧାନ, ଓଡିଆ ଅଧ୍ୟାପକ ଡ.ଦାଶରଥି ବିଶ୍ବାଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଆୟୋଜିତ ସମାରୋହରେ ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ପ୍ରଗତି ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଦାୟ କାଳୀନ ଉପହାର ପ୍ରଦାନକରି ମହାବିଦ୍ୟାଳୟରେ ବିତିଯାଇଥିବା ବିଗତ ଦିନର ମଧୁର ସ୍ମୃତିକୁ ମନେପକାଇ ସଭିଏଁ ନିଜସ୍ବ ଶୈଳିରେ ସ୍ମୃତିଚାରଣ କରି ବିଦାୟକାଳୀନ ସମାରୋହକୁ ବେଶ ଉପଭୋଗ କରିଥିଲେ। ଶେଷରେ ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ର ଦୀପକ କଲତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ସମାରୋହରେ ଓଡିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Comments are closed.