ବରିଷ୍ଠ ଦଣ୍ଡ କଳାକାର ଲଳିତ ପ୍ରଧାନଙ୍କ ପରଲୋକ

ବୌଦ୍ଧ;ବୌଦ୍ଧ ସହର ସାନମାଳିସାହି ନିବାସୀ ବରିଷ୍ଠ ଦଣ୍ଡ କଳାକାର ଲଳିତ ପ୍ରଧାନ(୭୫)ଙ୍କ ଶନିବାର ହୃଦଘାତରେ ପରଲୋକ ଘଟିଛି। ସ୍ବର୍ଗତ ପ୍ରଧାନ ଭୈରବୀ ଦଣ୍ଡନୃତ୍ୟ ଦଳର ବରିଷ୍ଠ କଳାକାର ଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କଳାକାର ମହଲରେ ଶୋକ ଖେଳି ଯାଇଛି। ଅନେକ କଳାକାର ଓ ବନ୍ଧୁ ବର୍ଗ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ପୁଅ ସୋମନାଥ ମୁଖାଗ୍ନି ଦେଇଥିଲେ।

Comments are closed.