ଜନଔଷଧୀ ସମ୍ମିଳନୀ ଓ ସମ୍ମାନ ସମାରୋହ

ବୌଦ୍ଧ: ଭାରତର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ସପ୍ତାହକୁ ଦେଶବ୍ୟାପୀ ଜାତୀୟ ଏକତା ସପ୍ତାହ ଭାବରେ ପାଳନ କରାଯାଉଅଛି। ଏହି ଅବସରରେ ବୌଦ୍ଧଠାରେ ଜନ ଔଷଧୀ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଭାରତୀୟ ଜନଔଷଧୀ ଯୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚ ମାନର ଔଷଧ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇପାରୁଛନ୍ତି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ବୌଦ୍ଧସ୍ଥିତ ଭାରତୀୟ ଜନଔଷଧୀ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଏକତା ସପ୍ତାହ ପାଳନ ଅବସରରେ ଜନଔଷଧୀ ମିତ୍ର ସମ୍ମିଳନୀ କରାଯବା ସହିତ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଟାଉନହଲଠାରେ ଜନଔଷଧୀ କେନ୍ଦ୍ରର ମାଲିକ ଅଶୋକ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜନଔଷଧୀ ଯୋଜନା ଦ୍ୱାରା ଦେଶର ଅନେକ ଗରିବ ଲୋକ ଉପକୃତ ହୋଇପାରିଥିବା ପ୍ରକାଶ କରିବା ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମ ଯୋଗୁଁ ଦେଶ ଏକତାର ସୁତ୍ରରେ ବାନ୍ଧି ହୋଇପାରିଥିବାରୁ ଦେଶବାସୀ ସର୍ବଦା ତାଙ୍କୁ ମନେ ପକାଇବେ ବୋଲି ପ୍ରକାଶ କରିଥିଲେ।

ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ସଦ୍ଦାର ପଟେଲଙ୍କ ଜିବନୀ ଉପରେ ଆଲୋକପାତ କରିବା ସହିତ ଜନଔଷଧୀର ଗୁଣବତ୍ତା ନେଇ କୌଣସି ସନ୍ଦେହ ନଥିବା ପ୍ରକାଶ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଡା. ବି.କେ.ଆର.ସି.ଦେଓ ହେମ୍ବ୍ରମ,ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭ ପ୍ରଧାନ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଗୋପାଳଚନ୍ଦ୍ର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ଜନଔଷଧୀ ମିତ୍ର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧର ଅନେକ ବୁଦ୍ଧଜିବୀ ଓ ବରିଷ୍ଠ ନାଗରିକ ଯୋଗଦେଇଥିଲେ।

Comments are closed.