ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ବୌଦ୍ଧ: ଓଡ଼ିଶାରେ ପ୍ରଳୟଙ୍କରି ମହାବାତ୍ୟା ଘଟଣାକୁ ୨୨ବର୍ଷ ପୂର୍ତ୍ତି ହୋଇଥିବା ବେଳେ ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟତଃ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଘଟିଯାଇଥିବା ପ୍ରଳୟଙ୍କାରୀ ମହାବାତ୍ୟାକୁ ମନେ ପକାଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାଧାରଣ ଲୋକ କିପରି ଯେକୌଣସି ଜରୂରୀ ପରିସ୍ଥିତିର ମୁକାବିଲା ପାଇଁ ନିଜର ପ୍ରସ୍ତୁତ ରଖି ପାରିବେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି,ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ଅଶ୍ୱନୀ କୁମାର ମେହେର, ଭାରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କାର୍ଯ୍ୟରତ କର୍ମଚାରୀ, ବ୍ୟକ୍ତିବିଶେଷ, ଅନୁଷ୍ଠାନ ସମସ୍ତଙ୍କର ସହଯୋଗୀତାରେ ମୁକାବିଲା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ପରିବେଶର ସୁରକ୍ଷା ଓ ବପର୍ଯ୍ୟୟର ପ୍ରସ୍ତୁତି ନିମନ୍ତେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଥିଲା। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପଞ୍ଚାୟତରାଜ ଅନୁଷ୍ଠାନ ବା ପ୍ରତିନିଧି ସଫଳ ବିପର୍ଯ୍ୟୟ ପରିଚଳାନାର ମେରୁଦଣ୍ଡ ଏହି ବର୍ଷର ଆଲୋଚନାର ବିଷୟ ଭାବରେ ସ୍ଥିର କରାଯାଇଥିଲା। ଧନ ଜବୀନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ସମସ୍ତେ ନିଜର ସମାର୍ଥ ମୁତାବକ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲା ଜରୂରୀକାଳୀନ ଅଧିକାରୀ ସତ୍ୟଜିତ ମହାପାତ୍ର ସଂଯୋଜନା କରିଥିଲେ।

Comments are closed.