ମମିତାଙ୍କୁ ନ୍ୟାୟ ପାଇଁ ମହମବତୀ ଶୋଭାଯାତ୍ରା

ବୌଦ୍ଧ: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ବୋୖଦ୍ଧ ରୁଦ୍ର ଭୈରବୀ କ୍ଲବ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ଷଷ୍ଠ କୁମାର ପୁରୋହିତ ଓ ସମ୍ପାଦକ ରାୟ ସଂଜୀବ କୁମାର ଦେଓଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଭୈରବୀ ପଡ଼ିଆଠାରୁ ବାହାରି ଗାନ୍ଧିଛକ ପର୍ଯ୍ୟନ୍ତ ଆସିବା ପରେ ବୁଦ୍ଧ ମନ୍ଦିରଠାରେ ଶେଷ ହୋଇଥିଲା। ମମିତାଙ୍କ ଆତ୍ମାର ସଦଗତି କାମନା ସହ ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କ୍ଲବ ପକ୍ଷରୁ ଦାବି କରାଯାଇଛି। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ କ୍ଲବ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Comments are closed.