ଶହେକୋଟି ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ବୌଦ୍ଧ : ଦେଶରେ କୋଭିଡ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ଟୀକାକରଣ କାର୍ଯ୍ୟକ୍ରମ ଅବସରରେ ଶହେକୋଟି ଲୋକଙ୍କୁ ଟୀକା ପ୍ରଦାନ ସଂପୁର୍ଣ୍ଣ ହୋଇଥିବାବେଳେ ଜିଲା ବିଜେପି ପକ୍ଷରୁ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ତଥା ଜନସଂଖ୍ୟାରେ ଦ୍ୱିତିୟ ଭାରତରେ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ନେଇ ଆଶା ଓ ଆଶଙ୍କା ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଦୃଢ ନିଷ୍ପତି ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ଭାରତ ଶହେକୋଟି ଲୋକଙ୍କୁ ଟୀକାକରଣ କରି ବିଶ୍ୱରେ ନିଜର କ୍ଷମତା ପ୍ରଦର୍ଶନ ସହିତ ପ୍ରଶଂସିତ ହୋଇଛି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ପଦକ୍ଷେପ ସହିତ ସବକା ସାଥ୍ ସବକା ବିକାଶ,ସବକା ବିଶ୍ୱାସ ଓ ସବକା ପ୍ରୟାସ ନିତି ଯୋଗୁଁ ଦେଶର ଶହେକୋଟି ଲୋକଙ୍କୁ ମାଗଣାରେ ଟୀକାକରଣ କାର୍ଯ୍ୟ ସଫଳତା ଲାଭ କରିଥିବା ବିଜେପି ପକ୍ଷରୁ ପ୍ରକାଶ କରାଯିବା ସହିତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି। ବୌଦ୍ଧ ଟାଉନହଲ ଟୀକାରକରଣ କେନ୍ଦ୍ରଠାରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ଭାବରେ ଟୀକାକରଣ ଅଧିକାରୀ ଡାକ୍ତର ବି.କେ.ହେମ୍ବ୍ରମ, ସ୍ୱାସ୍ଥ୍ୟ କର୍ମଚାରୀ ଗିରିଜା ମିଶ୍ର,ଶୁଭଲକ୍ଷ୍ମୀ ଦାଶ,ଦିପ୍ତୀମୟୀ ବରିହା ଓ ସଲିମ ମେହେର ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉପଢୌକନ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ପକ୍ଷରୁ ବରିଷ୍ଠ ନେତା ମନୋରଞ୍ଜନ ଦାଶ,ଶ୍ୟାମସୁନ୍ଦର ପୁରୋହିତ,ତାପସ କୁମାର ପଟ୍ଟନାୟକ,ପ୍ରେମାନନ୍ଦ ମିଶ୍ର,ନମିତାରାଣୀ ଦାଶ,ନିରଞ୍ଜନ ଦାନୀ ଓ ଗଣେଶ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Comments are closed.