ମା’ ମାହେଶ୍ୱରୀଙ୍କ ଗମ୍ଭୀରା ବିଜେ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ବାଉଁଶୁଣି ଡିମିରିପାଲି କେନ୍ଦ୍ର ଡୁମାଳ ସମାଜ ପକ୍ଷରୁ ପାଳିତ ହେଉଥିବା ମା’ ମାହେଶ୍ୱରୀଙ୍କ ଛତର ଯାତ୍ରା ବୁଧବାର ଉଦଯାପିତ ହୋଇଅଛି। କୋଭିଡ କଟକଣା ପାଳନ ମଧ୍ୟରେ ଆଶ୍ୱିନ ପୂର୍ଣ୍ଣିମା ଅବସରରେ ସମାଜର ପରମ୍ପରା ଅନୁଯାୟୀ ମାଙ୍କ ସମସ୍ତ ପୂଜା ରୀତିନୀତି କରାଯିବା ସହ ମା’ଙ୍କ ଛତ୍ରକୁ ମାକିରିକଣ ପୀଠରୁ ଗୁଡିଗମ୍ଭୀରାକୁ ଶୁକ୍ରବାର ବିଜେ କରାଯାଇଛି। କେନ୍ଦ୍ରର ପୂଜକ ପୁରୁଷୋତ୍ତମ ମହାକୁଳ ଓ ବଳରାମ ମହାକୁଳ ସମସ୍ତ ପୂଜାକାର୍ୟ୍ୟ ସମ୍ପାଦନ କରିଥିଲେ। ସଭାପତି ହରିହର ମହାକୁଳ, ଉପସଭାପତି ଯୀଶୁ ପ୍ରଧାନ, ସଂପାଦକ ରଙ୍କନିଧି ସିଂହ,କୋଷାଧକ୍ଷ ଅନାମୂ ପ୍ରଧାନ, ଉପଦେଷ୍ଟା ବାଲିଚରଣ ସିଂହଙ୍କ ସମେତ କେନ୍ଦ୍ରର ସମସ୍ତ ଜାତି ସଦସ୍ୟ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

 

 

Comments are closed.