ଅଗ୍ରୱାଲ ସମାଜର ପ୍ରତିଷ୍ଠାତା ମହାରାଜା ଶ୍ରୀ ଅଗ୍ରସେନଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ବୌଦ୍ଧ: ଅଗ୍ରୱାଲ ସମାଜର ପ୍ରତିଷ୍ଠାତା ମହାରାଜା ଶ୍ରୀ ଅଗ୍ରସେନଙ୍କ ଜନ୍ମ ଜୟନ୍ତୀ ଉତ୍ସବ ବୌଦ୍ଧ ଟାଉନହଲ ଠାରେ ମହା ସମାରୋହରେ ପାଳିତ ହୋଇଛି। ବୌଦ୍ଧ ମାରୱାଡି ସମାଜର ସଭାପତି ଉମାଶଙ୍କର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିଲେ। ମୁଖ୍ୟବକ୍ତାଭାବେ ଅନୁଗୁଳ ନିବାସୀ ସଜ୍ଜନ କୁମାର ଅଗ୍ରୱାଲା ଯୋଗଦେଇ ଅଗ୍ରୱାଲ ସମାଜର ପ୍ରତିଷ୍ଠାତା ମହାରାଜା ଶ୍ରୀ ଅଗ୍ରସେନଙ୍କ ମହାନ ଗୁଣାବଳୀ ସଂପର୍କରେ ଆଲୋଚନା କରିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ସୁଲୋଚନା ଅଗ୍ରୱାଲା, ମାରୱାଡି ଯୁବ ମଂଚର ସଭାପତି ଅଙ୍କିତ ଅଗ୍ରୱାଲା, ମାରୱାଡି ସମାଜର ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲା ପ୍ରମୁଖ ମଂଚାସୀନ ହୋଇଥିଲେ। ମହାରାଜା ଶ୍ରୀ ଅଗ୍ରସେନଙ୍କ ପୂଜା ଓ ଆଳତି ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଅକ୍ସିଜେନ କଂନସି ଟ୍ରେଟର ମେସିନ ଓ ହିଇଲ ଚେୟାର ସେବାର ଶୁଭାରମ୍ଭ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରାଯାଇଥିଲା। ରାଜ୍ୟ ଉପସଭାପତି କେତନ ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟମାନେ ସହଯୋଗ କରିଥିଲେ।

Comments are closed.