ବୌଦ୍ଧରେ ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା, ୭୬ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ

ବୌଦ୍ଧ: ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା କାର୍ୟ୍ୟକ୍ରମ ଏନଏସି ବନ୍ୟା ଆଶ୍ରୟ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମ ମିଶନ ଶକ୍ତି, ବୌଦ୍ଧ ଏବଂ ରାଷ୍ଟ୍ରୀୟ ସହର ଆଜୀବିକା ମିଶନ ଏବଂ ବ୍ୟାଙ୍କ ମାନଙ୍କ ମିଳିତ ସହଯୋଗ ରେ ଆୟୋଜିତ ହୋଇଥିଲା।ଏହି ମେଳାରେ ମୋଟ ୧୧୨ ସ୍ୱୟଂ ସହାୟିକାଙ୍କୁ ୩୬୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସନ୍ନ ମିଶ୍ର ଏହି କାର୍ୟ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏନଏସି ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ବ୍ୟାଙ୍କ ପରିଚାଳକ ରବୀନ୍ଦ୍ର ସେଠି, ମିଶନ ଶକ୍ତିର ଡିସିପି ଦେବଦତ୍ତ ମିଶ୍ର, ଓଡିଶା ଆଜୀବିକା ମିଶନ ର ଫ୍ରାନସିସ ବାର୍ଲା ତଥା ୧୨ ଟି ବ୍ୟାଙ୍କ ରୁ ବିଭିନ୍ନ କର୍ମକର୍ତ୍ତା କାର୍ୟ୍ୟକ୍ରମ ରେ ଉପସ୍ଥିତ ଥିଲେ ଏବଂ ଦୁଇ ଶହରୁ ଅଧିକ ଏସଏଜି ସଦସ୍ୟା ମାନେ ଉପସ୍ଥିତ ଥିଲେ।

 

ପ୍ରାଣୀ କଲ୍ୟାଣ ମଞ୍ଚ ବୌଦ୍ଧ ଦ୍ଵାରା ବୈଦ୍ଧ ରେଞ୍ଜ ବଘିଆପଡା ସେକ୍ସ୍ ସନର ଭୁକ୍ତାପଡା ଗ୍ରାମ ଠାରେ ୭୬ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ଅବସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅଧ୍ୟାପକ ପ୍ରବୀର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବରେ ସୁଶିଲ କୁମାର ହୋତା ଭିଏସଏସ, ସଭାପତି ସପ୍ନେଶର କହଁର ଓ ପ୍ରାଣୀ କଲ୍ୟାଣ ମଞ୍ଚ ର ସଭାପତି ସୁରେନ୍ଦ୍ର କର୍ଣ୍ଣ ଅରୂପ ମାହାଙ୍ଗା ଅରୁଣ କୁମାର ମେଣ୍ଡିଲି ସମସ୍ତ ଉପସ୍ଥିତ ରହି ହାତୀ ଆମରି ସାଥି ଉପରେ ଆଲୋଚନା କରିଥିଲେ ଶେଷରେ ଭୁକ୍ତାପଡାର ବନ୍ୟ ସମିତି ଙ୍କୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା।

Comments are closed.