ଅବକାରୀ ବିଭାଗ ଚଢାଉ: ୧୭ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୨ ଜଣକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ବୌଦ୍ଧଥାନା ଅନ୍ତର୍ଗତ ସଦର ବ୍ଲକର ଜଗତି ଗ୍ରାମର ବେହେରା ସାହିର ବିପିନ ମହାଲିକଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ହରଭଙ୍ଗା ବ୍ଲକର ଚମ୍ପାପୁର ଗ୍ରାମର ବନମାଳୀ ବେହେରାଙ୍କ ଠାରୁ ୭ ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି।

Comments are closed.