ମାଛ ଓ କଇଁଛ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୁର୍ତ୍ତି

ବୌଦ୍ଧ: ବୌଦ୍ଧ ରଥଯାତ୍ରା ଗଣପର୍ବ ଭାବେ ପାଳନ ହୋଇଆସୁଥିବା ବେଳେ ଚତୁର୍ଦ୍ଧାମୁର୍ତ୍ତି ଏବେ ମାଉସୀ ଘର ଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି। ଯାତ୍ରା ପରେ ଗୋଟିଏ ଦିନ ତିନି ଠାକୁର ବିଶ୍ରାମ କରିବା ପରେ ଦ୍ୱିତୀୟ ଦିବସରେ ଭକ୍ତମାନଙ୍କୁ ମାଛ ଓ କବଁଛ ବେଶରେ ଦର୍ଶନ ଦେଇଛନ୍ତି। ଠାକୁରମାନଙ୍କ ମଧ୍ୟାହ୍ନଭୋଗ ଲାଗି ହେବାପରେ ବେଶକାରୀମାନେ ବେଶ କରାଇଥିଲେ। ସନ୍ଧ୍ୟାରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ପାଗ ଅନୁକୁଳ ଥିବାରୁ ଷ୍ଟାଡିୟମ ପଡିଆରେ ମୀନାବଜାରରେ ମଧ୍ୟ ଲୋକମାନେ ବହୁ ସଂଖ୍ୟାରେ ବୁଲି ମଜା ଉଠାଇଥିଲେ।

Comments are closed.