ବୌଦ୍ଧଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ: ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ଖୋଲା ଯାଇଛି। ଦୀର୍ଘ ଦିନ ଧରି ଭାରପ୍ରାପ୍ତ ଅଧିକାରୀଙ୍କ ଅଧିନରେ ରହିଥିବା ବେଳେ ଗତବର୍ଷ ସ୍ଥାୟୀ ଅଧିକାରୀ ଭାବେ ଜିଲ୍ଲା ଅଧିକାରୀ ବିରେନ୍ଦ୍ର ସିଂ ବୋକେନ ଯୋଗଦାନ କରିଥିଲେ। ତାଙ୍କର ପଦୋନ୍ନତି ହୋଇଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀକୁ ବଦଳି ହୋଇଛି। ଜିଲ୍ଲା ଅଧିକାରୀ ଦାୟିତ୍ୱ କନ୍ଧମାଳ ଜିଲ୍ଲା ଅଧିକାରୀଙ୍କ ଅଧିନରେ ରହିଥିବା ଜଣାପଡିଛି। କନ୍ଧମାଳ ଅଧିକାରୀ ନବନୀଭ କୁମାର ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ସିଂକୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ ନେହେରୁ ଯୁବକେନ୍ଦ୍ରର ଡି.ଜି. ନୋମିନୀ ଦେବାଶିଷ ପୁରୋହିତ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପ୍ରାଧ୍ୟାପଲ ଡ. ମହିନ୍ଦ୍ରନାଥ ଦେବତା, ଅଧ୍ୟାପକ ପ୍ରବିର କୁମାର ଦାସ. ଇଞ୍ଜିନିୟର ସଂଜୟ କୁମାର ପଣ୍ଡା, ସାମ୍ବାଦିକ ସଂପଦ କୁମାର ଅଗ୍ରଓ୍ୟାଲା, ଶଶାଙ୍କ ଶେଖର ମିଶ୍ର, ବିଧାନ ବଳ,ସତ୍ୟନାରାୟଣ ପାଣି, ମାରଓ୍ୟାଡି ଯୁବାମଂଚ ସଭାପତି ଅଙ୍କିତ କୁମାର ଅଗ୍ରଓ୍ୟାଲ. ଶୈଳେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଶ୍ରୀ ସିଂଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ତାଙ୍କ ଅଭିଭାଷଣରେ ବୌଦ୍ଧଜିଲ୍ଲାର ବିକାଶ ସଂପର୍କରେ ସମୀକ୍ଷା କରିଥିଲେ ଏବଂ ଯୁବକ ସଂଘର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ କାର୍ଯ୍ୟାଳୟ ତରଫରୁ ଉତମ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.