ଗଞ୍ଜେଇ ଚାଲାଣ କାର ସହ ଦୁଇ ଗିରଫ

ବୌଦ୍ଧ  : ବୌଦ୍ଧ ଜିଲାରେ ବୁଧବାର ଗଞ୍ଜେଇ ଚାଲାଣ ବେଳେ କାର ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି। ଅବକାରୀ ବିଭାଗ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ଅବକାରୀ କର୍ମଚାରୀ ମାନେ ଚୋରା ଗଞ୍ଜେଇ ଚାଲାଣ ନେଇ ବିଶ୍ୱସ୍ତ ସୁତ୍ରରୁ ଜାଣିପାରି ଜହ୍ନାପଙ୍କ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ପଦ୍ମନପୁର ପଟରୁ ଏକ କାର ଆସୁଥିବା ବେଳେ ଅବକାରୀ କର୍ମଚାରୀଙ୍କୁ ଦେଖି ଗୋବିନ୍ଦପୁର ଗ୍ରାମ ଆଡକୁ ପଲାଇଲା। କିନ୍ତୁ ଗ୍ରାମ ରାସ୍ତାଟି ମାଟି କାଦୁଅ ହୋଇଥିବାରୁ ଗାଡିଟି ଯାଇପାରିନଥିଲା। ଅବକାରୀ କର୍ମଚାରୀ ମାନେ ଗାଡିକୁ ପିଛା କରିବା ସହ ଗାଡି ଭିତରେ ଗଞ୍ଜେଇ ଥିବା ଜାଣିପାରିଥିଲେ। ଗାଡିରୁ ୩୫ କେଜି ଗଞ୍ଜେଇ ଜବତ କରିବା ସହ ଗାଡିକୁ ଜବତ କରିଥିଲେ। ଗାଡିରେ ଥିବା ବୌଦ୍ଧ ଜିଲା ରାଜନପାଲିର ସୁଶାନ୍ତ କୁମାର ସେଠୀ (୩୦) ଓ ଧାନବଲସ ଗ୍ରାମର ସୁଦର୍ଶନ ପ୍ରଧାନ (୨୦)ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅବକାରୀ କର୍ମଚାରୀମାନେ ଏକ ମାମଲା ରୁଜ କରି ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଚଢାଉ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଇନିସପେକଟର ସାଗରିକା ପ୍ରଧାନଙ୍କ ନେତୃତ୍ୱରେ ସବଇନିସପେକଟର ରମେଶ ଚନ୍ଦ୍ର ମହାନ୍ତି, ଏଏସଆଇ ରୁପେଶ ମୁଖି, କନେଷ୍ଟବଳ ପ୍ରିୟଜନ କହଁର ଅଞ୍ଜଳି ଅମାତ, କୈଳାସ ଚନ୍ଦ୍ର ସହୁ, ପଞ୍ଚମୀ ବେହେରା ସାମିଲ ଥିଲେ।

Comments are closed.