ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ବୌଦ୍ଧ: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଅଭିଭାବକ ଶିକ୍ଷକ ବୈଠକ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି କ୍ଷ ପିଲାମାନେ କିପରି ମାଟ୍ରିକ ପରୀକ୍ଷା ଦେବେ, ଆଗାମୀ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା,ବିଦ୍ୟାଳୟରେ ୪ଟି ଅଭ୍ୟନ୍ତରୀଣ ମୂଲ୍ୟାୟନ ହେବ,୨ଟି ଚୂଡାନ୍ତ ମୂଲ୍ୟାୟନ ଏସ.ଏ -୧ଓ ଏସ.ଏ -୨ ନଭେମ୍ବର ଓ ଏପ୍ରିଲ ମାସରେ ହେବ। ୫ଟି ରୂପାନ୍ତରଣ କାମ ବିଦ୍ୟାଳୟରେ ଚାଲୁରହିଛି ତେଣୁ ଅଭିଭାବକମାନେ ନିୟମିତ ପିଲାମାନଙ୍କୁ ପଠାଇବା ସହିତ ବିଦ୍ୟାଳୟ କାର୍ୟ୍ୟକ୍ରମରେ ସହଯୋଗ କରନ୍ତୁ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ପରାମର୍ଶ ଦେଇଥିଲେ। ଏସ ଏମ ଡି ସି ର ସଦସ୍ୟ ଅଧ୍ୟାପକ ପ୍ରବୀର କୁମାର ଦାଶ ମଞ୍ଚାସୀନ ହୋଇ ମୂଲ୍ୟବୋଧ ଆଧାରିତ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ଅଭିଭାବକ ମାନଙ୍କୁ ପିଲାଙ୍କ ପାଠ ପଢା ପ୍ରତି ସଚେତନ କରାଇଥିଲେ କ୍ଷ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଏସ ଏମ ସି, ଏସ ଏମ ଡି ସି ସଦସ୍ୟ ସଦସ୍ୟା ଅଭିଭାବକ ମାନେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସୁଧା ହୋତା ଧନ୍ୟବାଦ ଦେଇଥିଲେ।

Comments are closed.