ରାସ୍ତା ମଝିରେ ଟ୍ରଲର, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ

ବୌଦ୍ଧ: ବୌଦ୍ଧ ସହରର ସବୁଠାରୁ ଜନଗହଳି ଛକ ଭାବରେ ଏନଏସି ଛକ ପରିଚିତ ଥିବା ବେଳେ ଅଳ୍ପଦିନ ତଳେ ଏଠାରେ ଟ୍ରାଫିକ୍‍ ସିଗନାଲ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଥିବା ଏହି ଛକ ଦେଇ ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଚଳାଚଳ କରିଥାଏ। ଦୁଇଜଣ ଟ୍ରାଫିକ କନେଷ୍ଟବଳ ଓ ୬ ଜଣ ଗୃହରକ୍ଷୀ ଏହି ଛକରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ବିଦ୍ୟାଳୟ, ଅଫିସ ଓ ଦୈନିକ ବଜାର ସମୟରେ ଏହି ଛକରେ ଟ୍ରାଫିକ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡିଥାଏ। କିନ୍ତୁ ଦୁଇଦିନ ହେଲା ଏକ ଟ୍ରଲରରେ ମାଲ ବୋଝେଇ ହୋଇ ଏହି ଛକ ଉପରେ ଅଟକି ରହିଥିବାରୁ ଟ୍ରାଫିକ ଚଳାଚଳ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଦେଖାଯାଉଛି।

ରାସ୍ତା ମଝିରେ ଟ୍ରଲର ଟି ଭାଙ୍ଗି ଦୁଇଦିନ ହେଲା ଛିଡା ହୋଇଥିଲେ ମଧ୍ୟ କାହାରି ଚିନ୍ତାନାହିଁ। ତେଣୁ ଜିଲାପାଳ ମାମଲାରେ ହସ୍ତକ୍ଷେପ କରି ତୁରନ୍ତ ଏହି ଜନଗହଳି ପୁର୍ଣ୍ଣ ଅଞ୍ଚଳରୁ ଭଙ୍ଗା ଟ୍ରଲରକୁ ହଟାଇବା ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Comments are closed.