ସେବା ଓ ସମର୍ପଣ ଅଭିଯାନରେ ଖାଉଟିମାନଙ୍କୁ ବ୍ୟାଗ ବଂଟନ

ବୌଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ବୌଦ୍ଧ ଜିଲା ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଆଜି ଦ୍ୱିତୀୟ ଦିବସରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲାର ସମସ୍ତ ସରକାରୀ ଖାଉଟି ସାମଗ୍ରୀ ଯୋଗାଣ କେନ୍ଦ୍ର ଠାରେ ଖାଉଟି ମାନଙ୍କୁ ଚାଉଳ ନେବା ପାଇଁ ମାଗଣା ବ୍ୟାଗ ବଂଟନ କରିଥିଲେ। କୋଭିଡ ପାଇଁ କେନ୍ଦ୍ର ସରକାର ଜଣ ପ୍ରତି ୫ କେଜି ଚାଉଳ ମାଗଣାରେ ଦେଉଥିବା ନେଇ ସଚେତନତା ସୃଷ୍ଟି କରିଥିଲେ। ଏହା ସହିତ ବୌଦ୍ଧ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲା ସଭାପତି ବିପ୍ର ଚରଣ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର, ବବିତା ପ୍ରଧାନ, ତାପସ ପଟନାୟକ ଏବଂ ଅନ୍ୟମାନେ ଯୋଗଦାନ କରିଥିଲେ।

Comments are closed.