ଗୀତାଞ୍ଜଳିକୁ କେବେ ମିଳିବ ଆବାସ ଘର

ବୌଦ୍ଧ: କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମରେ ଗୀତାଞ୍ଜଳି (୩୦)ର ଜନ୍ମ। ସେ ଜଣେ ଗରିବ ଘରର ଝିଅ। ସେ ଜନ୍ମ ଦିନରୁ ପଙ୍ଗୁ। ତାଙ୍କ ଦୁଇ ଗୋଡ଼ ଅକାମି ହୋଇ ମଧ୍ୟ ସେ କୌଣସି କାମକୁ ହାରି ଯାଏ ନାହିଁ। ପ୍ରଶାସନ ତାକୁ ଭତ୍ତା ଓ ଗୋଟିଏ ସାଇକେଲ ଦେଇ ହାତ ଟେକି ଦେଇଛି। ସେ ପଙ୍ଗୁ ହୋଇ ମଧ୍ୟ ଘରର ପାଣି ଆଣିବାଠୁ ଭଳି ରନ୍ଧାବଢ଼ା କାମ ମଧ୍ୟ କରେ। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ବାପା ଅତି ଗରିବ ଶ୍ରେଣୀର ହୋଇଥିବାରୁ ଗୀତାଞ୍ଜଳିଙ୍କୁ ଖଣ୍ଡେ ଆବାସ ଘର ପାଇଁ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କର୍ଣପାତ କରୁ ନ ଥିବା କହିଛନ୍ତି।

ଏ ବିଷୟରେ ଆମେ କଣ୍ଟାମଲ ବିଡ଼ିଓ ବନ୍ଦନା ଖଟୁଆଙ୍କ ସହ ଯୋଗାଯୋଗ କରିବାରୁ ବିକଳାଙ୍ଗ ମାନଙ୍କ ପ୍ରତି ବର୍ତମାନ ସମୟରେ କୌଣସି ପ୍ରକାର ଘର ପାଇବା ଭଳି ନିୟମ ନାହିଁ ବୋଲି କହିଥିଲେ। ସେ ପଟେ ସରକାର ସମସ୍ତ ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ଦେବା ପାଇଁ ଡିମଡ଼ିମି ପିଟୁଥିବା ବେଳେ ବିଡ଼ିଓଙ୍କ ଏଭଳି ମନ୍ତବ୍ୟ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.