ବୟସ ୭୦; ମିଳିଲାନି ଆବାସ ଘର 

ବୌଦ୍ଧ  : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ନିରୀହ ଲୋକ ମାନଙ୍କ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି ।  ସେଥି ମଧ୍ୟରୁ ଆବାସ ଯୋଜନା ଅନ୍ୟତମ।  ଗରିବ ଲୋକମାନଙ୍କ ମୁଣ୍ଡ ଉପରେ ଛ।ତ ଘର ଦେବାକୁ ଯୋଜନା କରାଯାଇଥିବା ବେଳେ ତାହା ଲୋକଙ୍କ ନିକଟରେ ପହଞ୍ଚୁନଥିବା ନେଇ ଅଭିିଯୋଗ ହୋଇଛି।  ଗରିବ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତ ଚାରାଭାଟି ଗ୍ର।ମରେ । ଏହି ଗ୍ରାମର ବାଳକୃଷ୍ଣ ଗୁରୁ (୭୦)ବର୍ଷ ।  ସେ ଯେତେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତାର ଅଭିଯୋଗକୁ କର୍ଣପାତ କରୁ ନ ଥିବା ସେ କହିଛନ୍ତି। ଏନେଇ ସ୍ଥାନୀୟଲୋକେ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ ଘର ଦେବାପାଇଁ ସରକାରଙ୍କ କୌଣସି ପ୍ରକାର ନିୟମ ନାହିଁ, ଘର ଆସିଲେ ପାଇବେ ବୋଲି କହିଛନ୍ତି । ତେଣୁ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Comments are closed.