ମିଳିଛି ଏକ ଲକ୍ଷ ଅନୁଦାନ, ମରାମତି ହେଉନି ଗଙ୍ଗାଧର ମଣ୍ଡପ

ଜଂହାପଙ୍କ: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରେ ଥିବା ଗଙ୍ଗାଧର ମେହେରଙ୍କ ମଣ୍ଡପ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଚାରିଖମ୍ବରେ ନିର୍ମିତ ଏହି ମଣ୍ଡପର ଦୁଇଟି ପିଲରର କଂକ୍ରିଟ୍ ଝଡି ଲୁହାରଡଗୁଡିକ ଝୁଲି ରହିଛି। ନାରାୟଣ ନଗର ଗ୍ରାମରେ ଶତକଡ଼ା ୯୦ ଭାଗ ଭୁଲିଆ ଜାତିରଥିବାରୁ ପ୍ରାୟ ୧୫ ବର୍ଷ ତଳେ ସବୁଜକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାର ମରାମତି ପାଇଁ ବାରମ୍ବାର ଦାବି ପରେ ସ୍ଥାନୀୟ ବିଧାୟକ ୧ ଲକ୍ଷ ଟଙ୍କା ମରାମତି ପାଇଁ ଅନୁଦାନ ଦେଇଥିଲେ। ଆଜକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।