ମୋଟରସାଇକେଲ ପାର୍ଟ୍ସ ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ଅଭିଯୋଗ

ବୌଦ୍ଧ: ବୌଦ୍ଧଜିଲା ବାଉଁଶୁଣୀ ଥାନା ବାଉଁଶୁଣୀ ଗ୍ରାମ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ମୋଟରସାଇକେଲ ପାର୍ଟ୍ସ ଦୋକାନରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ବାଉଁଶୁୁଣୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଏ, ଡିମିରିପାଲି ଗ୍ରାମର ଅରବିନ୍ଦ ତ୍ରିପାଠୀ ଉକ୍ତ ଗ୍ରାମର ଶୁଶାନ୍ତ ଲଉରିଆଙ୍କ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଦୋକାନ ଘରକୁ ଭଡାରେ ନେଇ  ମୋଟରସାଇକେଲ ପାର୍ଟ୍ସ ଦୋକାନ କରିଥିଲେ । ସବୁଦିନ ପରି ବୁଧବାର ସନ୍ଧ୍ୟା ୬ଟା ସମୟରେ ଦୋକାନରେ ତାଲାଦେଇ ଘରକୁ ଆସିଥିଲେ ।

 

ଆଜି ସକାଳ ୭ ଘା ସମୟରେ ଦୋକାନର ତାଲା ଭଙ୍ଗା ଯାଇଥିବା ଖବର ପାଇ ଦୋକନକୁ ଆସି ଦେଖିଲେ ବିକ୍ରି କରିବା ପାଇଁ ରଖାଯାଇଥିବା ମୋଟର ସାଇକେଲର ଟାୟାର,ଚେନସ୍ପୋକେଟ, ଭାଇଜର ସହିତ ଅନ୍ୟାନ ପାର୍ଟ୍ସ ନାହିଁ । ଦୋକାନରେ ପକାଯାଇଥିବା ତିନୋଟି ତାଲାକୁ ଭାଙ୍ଗି ଚୋର ଦୋକାନର ସାମଗ୍ରୀ ଚୋରି କରିନେଇଛନ୍ତି । ଚୋର ଚୋରି କରି ନେଇଥିବା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକର କରି ବାଉଁଶୁଣୀ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହିତ ସିସିଟିଭି ଫୁଟେଜକୁ ଯାଂଚ କରି ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି ।

Comments are closed.