ବୌଦ୍ଧ ଜିଲାରେ ୧୨ ଘଣ୍ଟିଆ ବନ୍ଦ ସଫଳ, ମମିତା ମେହର ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବି

ବୌଦ୍ଧ: କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାର ସବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଦାବିରେ ବୌଦ୍ଧଜିଲା ବିଜେପି ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି।

 

ବୌଦ୍ଧ ସହରରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ଓ ଉପ ସଭାନେତ୍ରୀ ନମିତାରାଣୀ ଦାଶଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ବନ୍ଦ ପାଳନ କରିଥିଲେ। ବିଜେପି କର୍ମୀମାନେ ସକାଳୁ ମହାନଦୀ ବ୍ରିଜଛକ ଓ ବୁଟୁପାଲି ଛକଠାରେ ସମସ୍ତ ଯାନାବାହାନ ଅଟକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ,ଜିଲା ଦୌରାଜଜଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ ପ୍ରମୁଖ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଥିଲା। ଏହି ବନ୍ଦ ଡାକରାରେ ଜିଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଯାନାବାହାନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ,ବ୍ୟାଙ୍କ ଓ ଡାକଘର ଆଦି ବନ୍ଦ ରହିଥିଲା।

Comments are closed.