ବୌଦ୍ଧ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

ବୌଦ୍ଧ : ବୌଦ୍ଧ ବ୍ଲକ ତେତେଲେଙ୍ଗା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ସୋମବାର ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ, ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ, ବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ବେହେରା ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସ୍ୱାଧୀନ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ କୃତିବାସ ପଲିଆ ଉପସ୍ଥିତ ଥିଲେ । ଏହି କ୍ରିଡାରେ ବାଳକ ଓ ବାଳିକା ବିଭାଗର ୧୨ଟି ଇଭେଣ୍ଟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କ୍ରୀଡାକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, ହିମାଂଶୁ ମାଝି, ଦଶରଥ ଭୋଇ, ବନ୍ଦିତା ବିଶ୍ୱାଳ ପରିଚାଳନା କରିଥିଲେ । ଏହି ବାର୍ଷିକ କ୍ରୀଡା ତିନିଦିନ ଧରି ଚାଲିବ ।

Comments are closed.