ବୌଦ୍ଧ ଲକ୍ଷ୍ମୀ ବଜାରରେ ଗଜଲକ୍ଷ୍ମୀ ପୂଜା

ବୌଦ୍ଧ: ବୌଦ୍ଧ ଲକ୍ଷ୍ମୀ ବଜାରଠାରେ ନିରାଡମ୍ବର ଭାବରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ମହାନଦୀରୁ ଜଳ ଆଣି କଳସ ସ୍ଥାପନା କରାଯିବା ପରେ ମଧ୍ୟରାତ୍ରିରେ ମା ଙ୍କ ପୂଜା ବିଦ୍ଧି ଆରମ୍ଭ ହୋଇଛି। ଦୀର୍ଘ ୨୩ ବର୍ଷ ଧରି ମହାସମାରୋହରେ ଏଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଆସୁଥିବାବେଳେ ଦୁଇବର୍ଷ ହେଲା କୋଭିଡ କଟକଣା ଯୋଗୁଁ ଏହା ନିରାଡମ୍ବର ଭାବରେ ପାଳନ କରାଯାଉଅଛି। ତେବେ ପ୍ରତିଦିନ ମା ଙ୍କ ପୂଜା ମଣ୍ଡପ ସମ୍ମୁଖରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ଜରାଯାଉଅଛି। ନିଳମାଧବ ଦାସଙ୍କ ଉଦ୍ୟମ କ୍ରମେ ଏହି ଗଜଲକ୍ଷ୍ମୀ ପୂଜା ପରମ୍ପରା ଜାରି ରହିଥିବାବେଳେ ଚଳିତବର୍ଷ କର୍ତ୍ତା ଭାବରେ ଅଶୋକ କୁମାର ଭାମି ଓ ପୂଜକ ଭାବରେ ମାନସ କୁମାର ମିଶ୍ର ଦାୟିତ୍ୱ ତୁଲାଉଛନ୍ତି।

Comments are closed.