ମାହେଶ୍ୱରୀ ଗୋଶାଳାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା କର୍ମଶାଳା

ବୌଦ୍ଧ: ରିଖ ଦିନ ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ ଏକ କର୍ମଶଳା ଆୟୋଜିତ ହୋଇଥିଲାl ସର୍ବ ପ୍ରଥମେ ମାହେଶ୍ୱରୀଙ୍କ ଠାରେ ପୂଜାର୍ଚନା କଲାପରେ ଗୋପୁଜନ କରାଯାଇଥିଲା। କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ ନିର୍ଗୁଣ ମହାକୁଡ଼, ସଂଯୋଜନା କରିଥିଲେ ସମ୍ପାଦକ କୃତ୍ତିବାସ ପଲିଆ, ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଗୋ ପୂଜନ କଲାପରେ କର୍ମଶାଳାରେ ଗୋଶାଳା ବିକାଶ ନିମନ୍ତେ ସମସ୍ତ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ବାବା ମଧୁସୂଦନ ଦାସ ଯୋଗ ଦେଇ ଗୋମାତାଙ୍କ ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବ କୃଷି ଅଧିକାରୀ ବୈଦ୍ୟନ୍ନାଥ ମହାନନ୍ଦିଆ ଯୋଗ ଦେଇ ଗୋଆଧାରୀତ କୃଷି ଉପରେ ବକ୍ତବ୍ୟ ରଖିଥିଲେ। ସଂମାନୀତ ଅତିଥି ଭାବେ ବିଶିଷ୍ଟ ପାଲାକାର ବାଞ୍ଛାନିଧି ପ୍ରଧାନ, ପ୍ରାଣୀ ଚିକିତ୍ସକ ଅଶୋକ ଶତପଥୀ, ବାବା କୁଞ୍ଜବନ, ଯାଇକାର ସଂଯୋଜିକା ସୁଶ୍ରୀ ନମିତା ଗିରି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସମାଜସେବୀ ପ୍ରଭାତ ପ୍ରଧାନ, ଉଦ୍ଧବ କଳତା, ପପୁନ ଗାଈଗୋରିଆ, ନନ୍ଦନ ଚୌଧୁରୀ, ଶୁଷାମା ଲଉରିଆ, ପରମା ପ୍ରଧାନ, ପ୍ରକାଶ ପଲିଆ ପ୍ରମୁଖ ସହଯୋଗ କରିଥିଲେl ଶେଷରେ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.