ଭୈରବୀ ବଜାରରେ କାଳିପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୌଦ୍ଧ: ବୌଦ୍ଧ ଭୈରବୀ ବଜାରରେ କାଳୀପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ ପୂଜା ଆୟୋଜନ ପାଇଁ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ବୁଧବାର ସଦସ୍ୟମାନଙ୍କ ଉପସ୍ଥିତିରେ ଶୁଭସ୍ତମ୍ବ ସ୍ଥାପନ କରାଯାଇଛି। କର୍ତ୍ତା ଭାବରେ ମନମୋହନ ଶତପଥୀ ,ପୂଜକ ଭାବରେ ସଞ୍ଜିବ କୁମାର ପଣ୍ଡା ଦାୟିତ୍ୱ ନିର୍ବାହ କରିବାକୁ ନିଷ୍ପତି ହୋଇଥିବା ବେଳେ କମିଟି ସଦସ୍ୟ ମିନୁ ପ୍ରସାଦ ମିଶ୍ର, କୈଳାଶ ବେହେରା, ରବି ମହାକୁଡ, କାର୍ତ୍ତିକ ମହାପାତ୍ର ଓ ବିଜୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.