ଡୋଭାଲ-ୱାଙ୍ଗ୍‍ ଆଲୋଚନା: ସୀମାନ୍ତରେ ଶାନ୍ତି ବଜାୟ ରଖିବାକୁ ନିଷ୍ପତ୍ତି

0

ବେଜିଂ : ଭାରତ-ଚୀନ୍‍ ସୀମା ବିବାଦ ସମ୍ପର୍କରେ ଶନିବାର ଚୀନ୍‍ର ଦୁଜିୟାନ୍‍ଜ୍ଞାନଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଭାରତର ଜତୀୟ ନିରପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍‍ ପ୍ରତିରକ୍ଷା ମନ୍ତ୍ରୀ ୱାଙ୍ଗ୍‍ ୟିଙ୍କ ମଧ୍ୟରେ ହୋଇଥିବା ଆଲେଶଚନାରେ ଉଭୟ ସୀମାନ୍ତରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କରେ ସୀମା ବିବାଦ ଯେମିତି ବ୍ୟାଘାତ ସୃଷ୍ଟି ନ କରିବ ସେ ଦିଗରେ ଉଭୟ ସମ୍ମତି ପ୍ରକାଶ କରିଛନ୍ତି। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ ପିଙ୍ଗ୍‍ଙ୍କ ମଧ୍ୟରେ ଉହାନ୍‍ ସମ୍ମିଳନୀରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଥିବା ନିଷ୍ପତ୍ତିକୁ ଡୋଭାଲ ଓ ୟି ଗୁରୁତ୍ୱ ଦେଇଛନ୍ତି। ସୀମା ବିବାଦର ଶୀଘ୍ର ସମାଧାନ ପାଇଁ ରାସ୍ତା ବାହାର କରାଯିବ ବୋଲି ଉଭୟ କହିଛନ୍ତି।

Leave A Reply