ସ୍ବାମୀ ନାରାୟଣ ମନ୍ଦିରରେ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ : ବ୍ରିଟେନ୍‌ରେ ଗୁରୁତ୍ବପୂର୍ଣ୍ଣ ସାଧାରଣ ନିର୍ବାଚନ ଆସନ୍ତା ଗୁରୁବାର ଦିନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ ନିସ୍‌ଡେନ୍‌ସ୍ଥିତ ପ୍ରସିଦ୍ଧ ସ୍ବାମୀ ନାରାୟଣ ମନ୍ଦିର ପରିଦର୍ଶନ କରିଛନ୍ତି । ଏଥିସହିତ ସେ ହିନ୍ଦୁ ସମ୍ପ୍ରଦାୟର ନେତାମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନୂଆ​ ଭାରତ’ ଅଭିଯାନକୁ ସମର୍ଥନ କରିଛନ୍ତି । ଭାରତୀୟ ବଂଶୋଦ୍ଭବ ମତଦାତାଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଜନ୍‌ସନ୍‌ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଏହି ନିର୍ବାଚନରେ ଜନ୍‌ସନ୍‌ ନିଜେ ପ୍ରାର୍ଥୀ ହୋଇଛନ୍ତି। ପୁନଃ ନିର୍ବାଚିତ ହେଲେ ଭାରତ ଗସ୍ତରେ ଆସି ମୋଦୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି। ମନ୍ଦିର ପରିଦର୍ଶନ ସମୟରେ ଜନ୍‌ସନ୍‌ଙ୍କ ସହିତ ବ୍ରିଟେନ୍‌ ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରୀତି ପଟେଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେମାନେ ସ୍ବାମୀ ନାରାୟଣଙ୍କୁ ଏକ ଶାଢ଼ି ଅର୍ପଣ କରିଥିଲେ।

Comments are closed.