ପ୍ରଭୁ ରାମଙ୍କ ଅଭିଷେକ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଲଣ୍ଡନ: ଅଯୋଧ୍ୟାରେ ଗତ ୫ ତାରିଖରେ ଶ୍ରୀରାମମନ୍ଦିର ଭୂମି ପୂଜନ ସମୟରେ ଦେଶ ବିଦେଶରେ ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା ହୋଇଛି । ଆମେରିକାର ଟାଇମ୍ସ ସ୍କୋୟାରଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଶ୍ରୀରାମଙ୍କ ଡ଼ିଜିଟାଲ ଛବି ପ୍ରଦର୍ଶିତ ହୋଇଛି । ଏବେ ଆଉ ଏକ ଖବର ଆସିଛି ଇଂଲଣ୍ଡରୁ । ଖୋଦ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରିଛନ୍ତି । ଭୂମି ପୂଜନ ଅବସରରେ ଜନସନ୍ ଶ୍ରୀରାମଙ୍କ ଅଭିଷେକ କରିଥିବାର ଏକ ଛବି ନିଜ ଟ୍ବିଟର ଆକାଉଣ୍ଟରେ ସ୍ଥାନ ଦେଇଛନ୍ତି ।

ଏଥିରେ ସେ ଭାରତୀୟ ସଂସ୍କୃତିର ଜ​ଣେ ବଡ଼ ପ୍ରଶଂସକ ବୋଲି ଉଲ୍ଲେଖ କରିବା ସହ ତାଙ୍କ ବାସଭବନରେ ଇଂଲଣ୍ଡର ଗୃହମନ୍ତ୍ରୀଙ୍କ ସହ ଅଭିଷେକ କରିଥିବା କହିଛନ୍ତି ।

Comments
Loading...