ଭାରତୀୟ ସୀମାରେଖାରେ ପାକିସ୍ତାନ ୨୦୨୭ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ

ନୂଅଦିଲ୍ଲୀ: ଭାରତୀୟ ସୀମାରେଖାରେ ପାକିସ୍ତାନ ଜୁନ୍‌ ୧୦ତାରିଖ ସୁଦ୍ଧା ୨୦୧୭ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଜାମ୍ମୁ ଓ କାଶ୍ମିର ନିୟନ୍ତ୍ରଣ ରେଖା ନିକଟରେ ଗତ ବର୍ଷ ତୁଳନାରେ ଏଥର ୬୯ ପ୍ରତିଶତ ଅଧିକ ଅସ୍ତ୍ରବିରତ୍ତି ଉଲ୍ଲଘଂନ କରିଛି।

ପୁଲିସ ମହାନିର୍ଦେଶକ ଦିଲ୍‌ବାଗ୍‌ ସିଂହ କହିଛନ୍ତି ଯେ ଜାମ୍ମୁ ଓ କାଶ୍ମିର ଦେଇ କେତେକ ଆତଙ୍କବାଦୀ ଦଳ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ବହୁସଂଖ୍ୟକ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲେ। ଫଳରେ ପାକିସ୍ତାନ ପକ୍ଷରୁ ଭାରତ ସୀମାରେ ପ୍ରବଳ ଗୁଳିବର୍ଷଣ କରାଯାଇଥିଲା। ଏଥର ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ବରଫ ତରଳିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ଥିଲେ। ଆତଙ୍କବାଦୀଙ୍କ ପ୍ରଥମ ଦଳ ମାର୍ଚ୍ଚରେ ଅନୁପ୍ରବେଶ ପାଇଁ ପ୍ରୟାସ କରିଥିଲେ। ସେହିପରି କଶ୍ମିର ସୀମାରେଖାରେ ୧୫୦ରୁ ୨୫୦ଜଣ ପ୍ରଶିକ୍ଷଣ ନେଉଛନ୍ତି। ସେହିପରି ଆଉ ଏକ ଦଳ ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ସେହିପରି ଭାରତୀୟ ସେନାଙ୍କ କଡ଼ା ଜବାବରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଅନେକ ସଂଗଠନର କମାଣ୍ଡର ରହିଛନ୍ତି। ଗତ ଏପ୍ରିଲ୍‌ରେ ୨୮ଜଣ ଆତଙ୍କବାଦିଙ୍କ ମୃତ୍ୟୁ ହୋଇଥିବାବେଳେ ଜାନୁଆରୀରେ ଓ ମେ’ରେ ୧୮, ଫେବୃଆରୀ ଓ ମାର୍ଚ୍ଚରେ ୭ଜଣ ଲେଖାଏଁ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ପାକିସ୍ତାନ ପକ୍ଷରୁ ସୀମାରେଖା ଦେଇ ଆତଙ୍କବାଦୀଙ୍କୁ ଭାରତକୁ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ପାକିସ୍ତାନ ପକ୍ଷରୁ ୨୦୧୮ରେ ୧,୬୨୦ରେ ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ ହୋଇଥିବାବେଳେ ୨୦୧୯ରେ ୩,୧୬୮ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ କରାଯାଇଛି। ପାକିସ୍ତାନ ପକ୍ଷରୁ ଚଳିତ ବର୍ଷ ଜୁନ୍‌ ୧୦ସୁଦ୍ଧ ୨୦୨୭ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ କରାଯାଇଛି। ସେଥିମଧ୍ୟରୁ କେବଳ ମାର୍ଚ୍ଚ ମାସରେ ୪୧୧ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ ହୋଇଛି। ସେହିପରି ଜାନୁଆରୀରେ ୩୬୭, ଫେବୃଆରୀ ୩୬୬, ଅପ୍ରିଲ୍ ୩୮୭ ଏବଂ ମେ’ରେ ୩୮୨ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ ହୋଇଛି। ଜୁନ୍‌ ୧୦ ତାରିଖ ସୁଦ୍ଧା ୧୧୪ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ ଘଟଣା ଦେଖିବାକୁ ମିଳିଛି।

ସେହିପରି ୨୦୧୯ ମସିହାରେ ଠିକ୍‌ ଏହି ସମୟରେ ୯୨୬ଥର ଅସ୍ତ୍ରବିରତ୍ତି ଉଲ୍ଲଙ୍ଘନ ହୋଇଛି। ସେଥିମଧ୍ୟରୁ ମାର୍ଚ୍ଚରେ ୨୬୭, ଏପ୍ରିଲ୍‌ରେ ୨୩୪, ମେ’ରେ ୨୨୧, ଫେବୃଆରୀରେ ୨୧୫ ଏବଂ ଜାନୁଆରୀରେ ୨୦୩ଥର ପାକିସ୍ତାନ ଅସ୍ତ୍ରବିରତ୍ତି କରିଥିଲା। ତେବେ ଜୁନ୍‌ ମାସରେ ମାତ୍ର ୬୦ଥର ଅସ୍ତ୍ରବିରତ୍ତି ହୋଇଥିଲା।

Comments are closed.