ଶିଳ୍ପୋଦ୍ୟୋଗୀମାନଙ୍କ ସଫଳତା ସମ୍ବଳିତ ଇ-ପତ୍ରିକା ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ

ଓଡ଼ିଶାର ଶିଳ୍ପୋଦ୍ୟୋଗୀମାନଙ୍କର ସଂଘର୍ଷ, ସଫଳତା ଓ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଇ-ପତ୍ରିକା “ଟାଇକୁନ୍‍ ସ୍ପିକସ୍‍”ର ତୃତୀୟ ସଂସ୍କରଣକୁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଉନ୍ମୋଚନ କରିଛନ୍ତି। ଦ୍ୱିମାସିକ ଭିତିରେ ପ୍ରକାଶିତ ହେଉଥିବା ଏହି ଇ-ପତ୍ରିକା ମାଧ୍ୟମରେ ଓଡ଼ିଶାର ଶିଳ୍ପୋଦ୍ୟୋଗୀମାନଙ୍କ ସ୍ୱପ୍ନ, ସମ୍ଭାବନା ଓ ସେମାନେ ବାସ୍ତବ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ତାର ସମାଧାନ ଦିଗରେ ପଥପ୍ରଦର୍ଶକ ହେବ ବୋଲି ବାଚସ୍ପତି ଡ଼ଃ ପାତ୍ର ଆଶା ପ୍ରକାଶ କରିଛନ୍ତି। ସମ୍ପାଦକ ଭାବରେ ଗୁରୁଦାୟିତ୍ୱ ବହନ କରି ଓଡ଼ିଶାର ଉଦ୍ୟମୀ ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ବାଚସ୍ପତି ଡ଼ଃ ପାତ୍ର ମଧ୍ୟ ସମ୍ପାଦକ ଭବାନୀ ଶଙ୍କର ପରିଜା ଏବଂ ସୌମ୍ୟା ମହାପାତ୍ରଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। “ଟ୍ରେଇଲ୍‍ ବ୍ଲେଜର୍ସ” ନାମରେ ନାମିତ ଏହି ତୃତୀୟ ସଂସ୍କରଣରେ ଓଡ଼ିଶାର ୫ ଜଣ ଶିଳ୍ପୋଦ୍ୟୋଗୀଙ୍କ ସଂଦର୍ଷ ଓ ସଫଳତାର କାହାଣୀ ପ୍ରକାଶିତ ହୋଇଛି।

Comments are closed.