ଜାହ୍ନବୀ ଓ ଖୁସିଙ୍କ ସହ ବୋନି କପୁରଙ୍କର ହେଲା କରୋନା ପରୀକ୍ଷା

ମୁମ୍ବଇ: ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ସମେତ ପରିବାର ଲୋକଙ୍କର କରୋନା ପରୀକ୍ଷା ହୋଇଛି। କିଛିଦିନ ପୂର୍ବରୁ ତାଙ୍କ ଘରେ କାମ କରୁଥିବା ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବୋନି କପୁର ଓ ଦୁଇ ଝିଅ ଜାହ୍ନବୀ ଓ ଖୁସି କପୁର କ୍ୱାରେଣ୍ଟାଇନରେ ଥିଲେ। କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ସେମାନଙ୍କର କରୋନା ଟେଷ୍ଟ ହୋଇଛି। ଏହା ସହିତ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‍ ଆସିଥିବା ବୋନି କପୁର ନିଜେ ସୂଚନା ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ବୋନି ଲେଖିଛନ୍ତି, “ଖୁସିର ସହ ଜଣାଉଛି ଯେ, ମୁଁ ଏବଂ ମୋ ଦୁଇ ଝିଅ ଜାହ୍ନବୀ ଓ ଖୁସିଙ୍କର କରୋନା ପରୀକ୍ଷାରେ ରିପୋର୍ଟ ନେଗେଟିଭ୍‍ ଆସିଛି। ଏହାସହିତ କରୋନା ସଂକ୍ରମିତ ହୋଇଥିବା ଆମର ତିନି କର୍ମଚାରୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ଆମର ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଯାଇଛି। ପୁଣି ଏକ ସୁସ୍ଥ ଜୀବନ ଆରମ୍ଭ କରିବା ଦିଗରେ ଅଗ୍ରସର ହେଉଛୁ”।k

Comments are closed.