ପିଅନପଡା କାଳୀ ମନ୍ଦିର ନିକଟସ୍ଥ ବନ୍ଧ ସାହିରେ ବୋମାମାଡ

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ମ୍ୟୁନିସିପାଲଟି ପିଅନପଡା କାଳୀ ମନ୍ଦିର ନିକଟସ୍ଥ ବନ୍ଧ ସାହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ ହୋଇଥିବା ଗୁରୁବାର ଜଣାପଡ଼ିଛି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଟିଟନ ବେହେରା । ତାଙ୍କ ଘରେ ଗତ ବିଳମ୍ବିତ ରାତିରେ ବୋମାମାଡ ହୋଇଛି। ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଟିଟନଙ୍କ ପରିବାର ଘରେ ଶୋଇଥିବା ବେଳେ ଘର ଉପରକୁ ୩ ଟି ବୋମାମାଡ କରି ଫେରାର ହୋଇଯାଇଥିଲେ। ବୋମାମାଡରେ ଟିଟନ ଘର ଟିଣଫାଟି ଯାଇଛି ଓ  ଘରର କାନ୍ଥ ମଧ୍ୟ ନଷ୍ଟ ହୋଇଛି।
ସୂଚନା ଯୋଗ୍ୟ , ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ପରିବାରଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଦୃବର୍ତ୍ତମାନେ ବ୍ୟବହାର କରିଥିବା ଏକ ବ୍ୟାଗ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Comments are closed.