ରାମନଗରରେ ବୋମା ମାଡ

ବ୍ରହ୍ମପୁର: କମାପଲ୍ଲୀ ନିକଟ ରାମନଗର ଠାରେ ସେମାବାର ରାତି ସାଢେ ୧୦ଟା ବେଳେ ବୋମା ମାଡ ହୋଇଛି । ବୋମା ମାଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି । ୨ ଜଣ ଯୁବକ ଏକ ବାଇକରେ ଆସି ରାମନଗର ଦ୍ୱିତୀୟ ଲାଇନ ଠାରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଖବରପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.