୧୦୬୯ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବଇ :କରୋନା ପ୍ରଭାବ ଅନୁଭୂତ ହୋଇଛି ଘରୋଇ ପୁଞ୍ଜି ବଜାରରେ । ଫଳରେ ଆଜି ଗୋଟିଏ ଦିନର କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜ୍‌ ଘୋଷଣା ସତ୍ତ୍ବେ ପୁଞ୍ଜି ବଜାର ଉପରେ ନିବେଶକଙ୍କ ଆସ୍ଥା ଆସୁନାହିଁ । ପ୍ୟାକେଜ୍‌ ଘୋଷଣା ରବିବାର ଶେଷ ହୋଇଥିବାବେଳେ ସୋମବାର ବଜାରରେ ଆଉ ଏକ କଳା ସୋମବାର ଭଳି ସ୍ଥିତି ଦେଖିବାକୁ ମିଳିଛି । ​‌ସାମବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍‍ସେକ୍ସରେ ୧୦୦୦ ପଏଣ୍ଟରୁ ଅଧିକ ଅର୍ଥାତ୍‌ ୧୦୬୮ (୧୦୬୮.୭୫) ପଏଣ୍ଟ ହ୍ରାସ ଘଟି ୩୦,୦୨୮.୯୮ ପଏଣ୍ଟରେ କାରବାର ଶେଷ ହୋଇଛି।

Comments are closed.